କଟକ
ନଗର, ଧବଳ ଟଗର ଏ ଉକ୍ତି ଟି ସର୍ବାଦୃତ ଓ ପରିଚିତ l ଏହି ସହର ଦିନେ ଆମ ରାଜ୍ୟର ରାଜଧାନୀ ଥିଲା,
ହେଲେ ଆଜି ନାହିଁ ଖାଲି ସେତିକି ନୁହେଁ ଏହି ସହର ରାଜ୍ୟର ଭାତହାଣ୍ଡି ଥିଲା ଓ ଆଜି ମଧ୍ୟ ଅଛି l
ବର୍ତମାନର ରାଜଧାନୀ ଭୁବନେଶ୍ବରଠୁ କମ୍ ବ୍ୟବଧାନରେ ଥାଇ ମଧ୍ୟ ଏଠି ଜୀବନଧାରଣର ମାନ ବହୁତ କମ ଓ
ରାଜଧାନିଠୁ ସସ୍ତା ମଧ୍ୟ l କାହିଁ କୋଉ ରାଇଜରୁ ଆସି
ଲୋକେ ଏଠି ନିଜର ଜୀବିକା ତଥା ନିଜ ପରିବାରର ଗୁଜୁରାଣ ର ପନ୍ଥା ବାଛିବାପାଇଁ କଟକକୁ ଆପଣାନ୍ତି ଆଉ
ଭିନ୍ନ ଭିନ୍ନ କର୍ମ କରି ଉନ୍ନତି କରନ୍ତି ମଧ୍ୟ,
ଏଥିରେ ସନ୍ଧେହ ନାହିଁ l କଟକରୁ ଅଟକ, ବହୁ ଚର୍ଚିତ ଇତିହାସ ବହୁ ପୁରୁଣା ଗର୍ବ ଗୌରବମୟ ଗାଥା ଆଜିବି
ଏଠି ଲିପିବଦ୍ଧ l ଐତିହାସିକ ବାରବାଟୀ ଓ ତାରକସି କାମ ଆଜିବି ସାରାବିଶ୍ବ ଦରବାରରେ ପରିଚିତ l ଆଜିର
ଓଡିଶା ଏହି କଟକକୁ ନେଇ ଗର୍ବ କରିବା କଥା, ମାତ୍ର ବହୁ କ୍ଷେତ୍ରରେ କଟକକୁ ଉପେକ୍ଷା କରାଯାଇଛି ଓ
ବିଭିନ୍ନ ମହଲରେ କଟକକୁ ନେଇ କୁମ୍ଭିର କାନ୍ଦଣl ମାଧ୍ୟମରେ ରାଜନୀତି କରାଯାଇଛି ମାତ୍ର କଟକ ସବୁବେଳେ
ଶୁନ୍ୟହାତ l କଟକ ସହର ସାହି, ବସ୍ତି ଓ ଭାଇଚାରାର ସହର, ଏଠି ସବୁ ବର୍ଗର ଲୋକେ ନିଜେ ନିଜର ପରମ୍ପରା,
ରୀତି, ନୀତି ଓ ଚାଲି ଚଳଣୀ କୁ ନେଇ ଭିନ୍ନ ଭିନ୍ନ ପର୍ବ ପର୍ବାଣୀ ଆଡମ୍ବରରେ ପାଳନ କରିଥାନ୍ତି
l
ଏ କଣ
ରାଜନୀତି ନା ପ୍ରହସନ ! କଟକ ବନ୍ଦ ଡାକରା ପୁଣି ଭିନ୍ନ ଭିନ୍ନ ନାମରେ l ଏବେ କଟକକୁ ସ୍ମାରଟ୍ ସିଟି
କରିବା ପାଇଁ ପୁଣି ଭିନ୍ନ ଭିନ୍ନ ରାଜନୈତିକ ଦଳ ନାଁରେ, ଭିନ୍ନ ଭିନ୍ନ ସୁରକ୍ଷା ଓ ବଂଚାଅ ଆନ୍ଦୋଳନ
ନାଁରେ, ଖାଲି ନିଜ ନାମ ଓ ସଂଗଠନକୁ ଲୋକଂକ ସାମ୍ନାରେ ଚର୍ଚା ଆଲୋଚନାରେ ଆଣିବା ପାଇଁ ଚାଲିଲା ଓ
ଚାଲିବ ରାଲ୍ଲୀ ବନ୍ଦ ଡାକରା l ଆରେ ଭାଇ ଏମିତି ତ
ଲୋକେ ନିଜ ଚାଖଣ୍ଡେ ଜାଗା ପାଇଁ ହାତାହାତି ପୁଣି ଭାଇ ଭାଇ ଭିତରେ ଟଣl ଓଟରା l ନିଜ ପେଟ ଖଣ୍ଡକ
ପାଇଁ ସକାଳ ହେଲେ ଚିନ୍ତା l ଗଳି କନ୍ଦି ରାସ୍ତା, ନାଳ ନର୍ଦ୍ଦମl ର ଦୁର କଥା ମୁଖ୍ୟ ରାସ୍ତା କଥା
ବି କହିଲେ ନସରେ l କେତେବେଳେ କହା ନଜର ପଡେତ ଦିମୁଠl ଗୋଡିବାଲୀ ପକଇଦିଏ, ନହେଲେ ବର୍ଷରେ ଥରେ ଦଶହରା
ବେଳେ ବଦବଡିଆଂକ ନଜର କାଳେ ପଡିବ ସେଦୃଷ୍ଟିରୁ ଦେଖେଇଲା ଭଳି କାମ କିଛି ହୁଏ ପୁଣି ବର୍ଷା ଦିନେ
ଯୋଉ କଥାକୁ ସେଇ କଥା l ମାଲୋ ମଲୀ କିଷମ କଲି ତୁ ମାଇଲୁ ମୁ ଧଇଲି ଗାଁ ଚାରିପଟ ବୁଲି ଆଇଲୀ କେହିକହିଲେନୀ ବସ ବୋଲି l କେବେ କେହି ଏଥିପାଇଁ ତ ଭଦ୍ରଲୋକୀ କରିନାହାନ୍ତି ଆଉ ଯଦି
କରିଛନ୍ତି କାହିଁ କୋଉ ଗୋଟେ ଉଦାହରଣ ନାହିଁ ଖାଲି ବାହାସ୍ଫୋଟ l ଆମେ ଏମିତି କରିଥିଲୁ ସେମିତି କରିଥିଲୁ,
ସେ ସୁନିଲେନୀ, ସେ ଲେଖିଲେନୀ ଇତ୍ୟାଦି ଇତ୍ୟାଦି l ମୋ ଘରେ କାଗଜ ଖଣ୍ଡେ ପଡିବନୀ କିନ୍ତୁ ଘରର ସବୁ
ଅଳିଆ ଦାଣ୍ଡରେ ପଡିବ, ରାସ୍ତାରେ ଅଳିଆ ପଡିଛି ଏତ ମୁନିସିପାଲିଟିର କାମ ସେ କାରିବ ନଚେତ୍ ସେମିତି
ପଡିଲା, ମୁ କଣ ଠିକା ନେଇଛି ସଫା କରିବାକୁ ମୋର କଣ ଦରକାର ?
No comments:
Post a Comment